ନିର୍ବାଚନ ପୂର୍ବରୁ AI(Artificial Intelligence) ଚିନ୍ତା; ଅପଦସ୍ତ ହୋଇପାରନ୍ତି ନେତା, କମିଶନରେଟ୍ ପୋଲିସ ନେବେ ଟେର୍ନୀଗ
Some bjd leaders have shown concern over ai deepfake videos ahead of election in 2024 |
ନେତାଙ୍କୁ ଘାରିଛି ଡିପ୍ ଫେକ୍ ଆଶଙ୍କା ।
ପୋଲିସକୁ ଘାରିଛି ନେତାଙ୍କ ଡିପ୍ ଫେକ୍ ଚିନ୍ତା । ଆଗକୁ ସାଧାରଣ ନିର୍ବାଚନ ତେଣୁ Artificial Intelligence ତଥା AI ପ୍ରଯୁକ୍ତି ବିଦ୍ୟାକୁ ଅସ୍ତ୍ର କରି ବହୁଳ ମାତ୍ରାରେ ଡିପ୍ ଫେକ୍ ତଥା ଅବିକଲ୍ ନକଲ୍ ଭିଡିଓ, ଅଡିଓ ଫଣ୍ଡା ଆପଣାଇପାରନ୍ତି ଦୁର୍ବୃତ୍ତ, ନେତାଙ୍କୁ ଫସାଇପାରନ୍ତି ଜାଲରେ, କରିପାରନ୍ତି ଅପଦସ୍ତ । ତେଣୁ କେନ୍ଦ୍ର ସରକାରଙ୍କ ତତ୍ପରତା ପରେ ସମ୍ଭାବ୍ୟ ସମସ୍ୟାକୁ ପ୍ରତିହତ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ ।
କମିଶନରେଟ୍ ପୋଲିସ କୁ ତାଲିମ୍
ଡିପଫେକ୍ ଅଭିଯୋଗ ଆସିଲେ, କେମିତି ଏହାର ଫ୍ୟାକ୍ଟ ଚେକ୍ କରିବେ, ଡିପ୍ ଫେକ୍ କଣ୍ଟେଣ୍ଟକୁ ଭାଇରାଲ୍ ହେବାରୁ ନିବୃତ କରିପାରିବେ, ସାଇବର୍ ଠକେଇକୁ କେମିତି ରୋକିପାରିବେ ଓ ଏଥିରେ ଜଡିତ ଥିବା ଲୋକଙ୍କୁ କେମିତୀ ଧରି ହେବ ତା’ଉପରେ ବିସ୍ତ୍ରୁତ ଭାବେ ମନୋନୀତ ପୋଲିସ ଟିମକୁ ତାଲିମ୍ ମିଳିବ ।ନିଷ୍ପତ୍ତି ଅନୁଯାୟୀ, କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଚୟନ କରି ଡିପ୍ ଫେକ୍ ସଂପର୍କରେ ଦିଆଯିବ ତାଲିମ । ସଂପୃକ୍ତ ଅଫିସରକୁ ଏକ ସଫ୍ଟୱେର୍ କମ୍ପାନୀର ୨୦ ସାଇବର୍ ଏକ୍ସପର୍ଟ ତାଲିମ ଦେବେ ।
କିପରି ହେଉଛନ୍ତି ଶୀକାର
କେବେ ନେତା ତ କେବେ ଅଭିନେତା, କେବେ ସେଲିବ୍ରିଟି ତ କେବେ ସାଧାରଣ ଜନତା । ସମସ୍ତଙ୍କୁ ଘାରିଛି ଡିପ୍ ଫେକର ଡର । ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସମେତ କାଜୋଲ୍ ଓ କଟ୍ରିନା କୈଫ୍ ଡିପ୍ ଫେକର ଶିକାର ହୋଇଥିଲେ । ସୋସିଆଲ୍ ମିଡ଼ିଆରେ ଏଭଳି ମିଛ ଭିଡ଼ିଓର ପ୍ରସାରଣ ପରେ ଚିନ୍ତା ବ୍ୟକ୍ତ କରିଥିଲେ ଅମିତାଭ ବଚ୍ଚନ । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉଦବେଗ ପ୍ରକାଶ କରିବା ସହ ଗରବା ନୃତ୍ୟରେ ତାଙ୍କର ଏକ ନକଲି ଭିଡିଓ ସଂପର୍କରେ ଚିନ୍ତା ପ୍ରକଟ କରିଥିଲେ ।
କ୍ରମାଗତ ଭାବେ ଏଭଳି ଅନୈତିକ ଏବଂ ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ପୂର୍ବରୁ ଅଣ୍ଟା ଭିଡ଼ିସାରିଛନ୍ତି କେନ୍ଦ୍ର ସରକାର । ଡିପଫେକ୍ ରୋକିବାକୁ ଖୁବଶୀଘ୍ର ପ୍ରଚଳିତ ଆଇନକୁ ସଂଶୋଧନ ସହ ସୋସିଆଲ୍ ମିଡିଆ କମ୍ପାନୀ, ନାସକମ୍, ଆର୍ଟଫିସିଆଲ୍ ଇଣ୍ଟେଲିଜେନ୍ସ ବିଶେଷଜ୍ଞଙ୍କୁ ଧରି ଖୁବଶୀଘ୍ର ଚିଠା ନିୟମ ଆସିବ । ଫଳରେ ଡିପଫେକ୍ ଭିଡ଼ିଓର ପ୍ରସ୍ତୁତକାରୀ ଏବଂ ପ୍ରସାରଣ କରୁଥିବା ପ୍ଲାଟଫର୍ମ ବିରୋଧରେ ବିହିତ ଦଣ୍ଡବିଧାନ ହୋଇପାରିବ । ସାଇବର ଏକ୍ସପର୍ଟଙ୍କ ମତ, ଆସନ୍ତା ନିର୍ବାଚନରେ ଜୋରଦାର ହେବ ଡିଜିଟାଲ କ୍ୟାମ୍ପେନ୍ ୱାର୍ । ତାହାରି ଭିତରେ ସବୁଠୁ ବଡ଼ ଅସ୍ତ୍ର ସାଜିପାରେ ଡିପ୍ ଫେକ୍ ଫଟୋ ସହ ଭିଡିଓ । ତେଣୁ ବେଳହୁଁ ସାବଧାନ ହେଉଛି କମିଶନରେଟ୍ ପୋଲିସ ।
୨୦୨୩ରେ ବଢ଼ିଛି ୨୪ % ସାଇବର କ୍ରାଇମ୍ ୨୦୨୨ ତୁଳନାରେ NCRB ର ସଦ୍ୟତମ ରିପୋର୍ଟ ଅନୁଯାୟୀ । ତେଣୁ ନିର୍ବାଚନ ବେଳେ ଏହା ଆହୁରି ବଢ଼ିବାର ଆଶଙ୍କା ମଧ୍ୟ ରହିଛି ।
ତେଣୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଉଛି କି ପ୍ରକୃତ ସତ୍ୟତା ନଜାଣୀ ସୋସିଆଲ ମିଡ଼ିଆ ର କୌଣସି ଭିଡିଓ, ଅଡିଓ କିମ୍ବା ଫଟୋ ଉପରେ ନିଜର ମତ ପ୍ରକାଶ କି ବିଶ୍ୱାସ କରନ୍ତୁନାହିଁ